ଭୁବନେଶ୍ବର: ହୋଟେଲରୁ ଯବାନଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଅଶୋକନଗରରେ ଥିବା ଏକ ହୋଟେଲରୁ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ୍ୟୁ ଘଟିଥିବା ଯବାନଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ତାଙ୍କ ନାମ ମିର ସିଂହ ହୋଲି ଜଣାପଡିଛି । ଖବର ପାଇ କ୍ୟାପିଟାଲ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସାଇଣ୍ଟିଫିକ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ ।