ନୂଆଦିଲ୍ଲୀ: ସଂସଦରେ ଉଠିିଲା କେନ୍ଦୁ ପତ୍ର ପ୍ରସଙ୍ଗ । ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ । କେନ୍ଦୁ ପତ୍ରକୁ ନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଲେ ବଡ ସୂଚନା । କେନ୍ଦୁପତ୍ର ଉପରୁ ହଟିବନି ଜିଏସଟି । ତେବେ ଗତ ଫେବ୍ରୁଆରୀରେ କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟି କହିଥିଲା । ଫିଟମେଣ୍ଟ କମିଟିର ରିପୋର୍ଟ ଅନୁଯାୟୀ ଜିଏସଟି ନ ହଟିବାକୁ ନିଷ୍ପତି ହୋଇଥିଲା । କିନ୍ତୁ ଓଡିଶା କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବାରମ୍ବାର ଦାବିକରି ଆସୁଥିଲେ ମଧ୍ୟ ସଫଳ ହୋଇପାରିନି । ରାଜ୍ୟରେ ୧୦ଲକ୍ଷରୁ ଅଧିକ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଜିଏସଟି ହଟାଇବାକୁ ଦାବି କରୁଛି ଓଡିଶା ।