ବ୍ୟୁରୋ : କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ ସମ୍ପୂର୍ଣ୍ଣ ହୋଇଛି । ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଛି ସର୍ଭେ । ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧିକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଂଜିନିୟର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ତିନିଜଣିଆ ଟିମ ଏହି ସର୍ଭେ କାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ , ହାଇଦ୍ରାବାଦର ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା NGRI ର ତିନି ଜଣିଆ ବୈଜ୍ଞାନିକ ଟିମ ସର୍ଭେ କରୁଛନ୍ତି । ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ସମେତ ଚାରିପାଖରେ ଜିପିଆରଏସ ଲେଜର ସ୍କାନିଂ ଦ୍ୱାରା ଭୂତଳ ସର୍ବେକ୍ଷଣ ମଧ୍ୟ କରାଯିବ ।