ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ଗୋବିନ୍ଦା

ମୁମ୍ୱାଇ: ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଅଭିନେତା ଗୋବିନ୍ଦା । ତାଙ୍କ ଗୋଡରେ ଗୁଳି ବାଜିବା କାରଣରୁ ସେ ମୁମ୍ୱାଇ ସିଟି କେୟାର ଏସିଆ ହସ୍ପିଟାଲରେ ଅକ୍ଟୋବର ୧ ରେ ଆଡମିଟ୍ ହୋଇଥିଲେ। ଡାକ୍ତରଖାନାରୁ ଆଜି ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଗୋବିନ୍ଦା । ଡାକ୍ତରଖାନାରୁ ବାହାରି ପରେ ସେ ପ୍ରଥମେ ପ୍ରଶଂସକ ଏବଂ ଗଣମାଧ୍ୟମକୁ ହାତଯୋଡି ଧନ୍ୟବାଦ ଜଣାଇଛନ୍ତି।


ସେ କହିଛନ୍ତି, ଯେଉଁମାନେ ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, ସେମାନଙ୍କ ପାଖେ ମୁଁ ଚିର ଋଣି । କେବଳ ସେତିକି ନୁହେଁ ସିଏମ୍ ସିନ୍ଦେ, ପୋଲିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଗୋବିନ୍ଦା । ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ତାଙ୍କ ନିକଟରେ ପତ୍ନୀ ସୁନିତା ଏବଂ ଝିଅ ଟିନାଙ୍କୁ ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ପତ୍ନୀ କହିଛନ୍ତି ।