ପୁରା ଖେଳାଳି

ବ୍ୟୁରୋ: କୁହାଯାଏ, ଯେ ମାଙ୍କଡ ଆଉ ମଣିଷ ମଧ୍ୟରେ ବେଶି କିଛି ଫରକ ନାହିଁ । ପୂର୍ବ ପୁରୁଷ କହିବା ଅନୁଯାୟୀ ମାଙ୍କଡ ହେଉଛି ମଣିଷର ପୂର୍ବ ଜନ୍ମ । ମାଙ୍କଡ଼ ସଦା ସର୍ବଦା ମଣିଷ ପରି ଆଚାର ବ୍ୟବହାର କରିଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ମାଙ୍କଡ଼ ମଣିଷ ପରି ବେଲୁନ ମଧ୍ୟ ଖେଳିପାରେ । ହଁ ଦର୍ଶକ ବନ୍ଧୁ ଏମିତି ଏକ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବୁ ଆପଣ ଦେଖିଲେ ଖୁସି ହୋଇଯିବେ । ଭଲକି ଦେଖନ୍ତୁ ଏ ଭିଡିଓକୁ ଯେଇଁଥିରେ ମାଙ୍କଡ ଟିଏ କେତେ ଖୁସିରେ ବେଲୁନରେ ଖେଳୁଛି ଆଉ ଏ ଡାଳ ସେ ଡାଳ ଡେଉଁଛି ।

କିଏ କେଜାଣି ବା କେମିତି କମଳା ରଙ୍ଗର ବେଲୁନ ଟି ମାଙ୍କଡ ପାଖରେ ପହଁଚିଛି । ଯାହାକୁ ପାଇଁ ସେ ବେଶ ଖୁସି । ଯାହାକୁ ଦେଖି ଦର୍ଶକ ବନ୍ଧୁ ଆପଣଙ୍କର ପିଲା ଦିନ କଥା ମନେ ପଡିଯାଉଥିବ ନିଶ୍ଚିନ୍ତ । ସତେ ଯେମିତି ସେ ଭାବି ନେଇଛି ବେଲୁନଟିକୁ ତଳେ ପକାଇ ଦବନି । ଆଉ ଖୁସି କହିଲେ ନ ସରେ ସତେ ଯେମିତି ଦୁର୍ଲଭ ଜିନିଷ ମିଳିଯାଇଛି । ସେଥିପାଇଁ ଏ ଭିଡିଓଟି ଖୁବ ଭାଇରାଲ ହେବାରେ ଲଗିଛି । ଖୁବ୍ କମ ସମୟ ମଧ୍ୟରେ ବହୁତ ଦର୍ଶକ ପସନ୍ଦ କରିଛନ୍ତି । ଯାହା ଜଣାପଡୁଛି ଉଜରମାନେ ଏଭଳି ଖେଳକୁ ବଶେ ପସନ୍ଦ କରଛନ୍ତି ।