ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ରାଇରଙ୍ଗପୁର:- ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ ସାପ୍ତାହିକ ହାଟରେ ଅବାଧ ଗୋମାଂସ ବିକ୍ରିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି । ଆଇନ ଶୃଙ୍ଖଳାକୁ ଫୁ କରିଦେଉଛନ୍ତି ଗୋ ତସ୍କର ମାନେ। ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ସାପ୍ତାହିକ ହାଟରେ କିଛି ଗୋ ତସ୍କର ଗୋମାଂସ ବିକ୍ରି କରୁଥିବା ସମୟରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । କିଛି ଗୋତସ୍କର ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରି ଥିବାବେଳେ ପୋଲିସ ୪ ଜଣ ଗୋ ତସ୍କରଙ୍କୁ ମାଡ଼ି ବସିଥିଲା ପୋଲିସ । ପୋଲିସ ଧରିଥିବା ଗୋତସ୍କର ମାନେ ହେଲେ ମାତାରାମ ସୋରେନ, ଢ଼ଙ୍ଗଡା ନାଏକ, ଜାକତୁ ସୋରେନ ଏବଂ ରାଇମାଳ ନାଏକ । ବିଶୋଇ ପୋଲିସ ସେମାନଙ୍କ ନାମରେ ପଶୁ ହତ୍ୟା ମାମଲା କେଶ ନମ୍ବର ୧୩୬/୨୫ ରୁଜୁ କରି କୋର୍ଟ ଚାଲାଣ କରିଛି । ବିଶୋଇ ପୋଲିସର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।