୧୨ ଘଣ୍ଟା ଜେରା ପରେ ମୁହଁ ଖୋଲିଲେ ଭୂପେଶ ବଘେଲ…

0

ଦୀର୍ଘ ୧୨ ଘଣ୍ଟା ଜେରା ପରେ ଶେଷରେ ମୁହଁ ଖୋଲିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସିଧାସଳଖ ବିଜେପି ଉପରେ ଆଣିଲେ ଆରୋପ । ମାନସିକ ସ୍ତରରେ ତାଙ୍କୁ ଦୁର୍ବଳ କରିବାକୁ ଭୁପେଶଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ କହିଛନ୍ତି । ଏହାସହ ୨୦୨୦ ଝାଡଖଣ୍ଡ ନିର୍ବାଚନ ସମୟରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ଚାଲିଛି । ପ୍ରମାଣ ଅଭାବରୁ ଇଡି ହାତ ବନ୍ଧା ହୋଇଥିବା ସେ କହିଛନ୍ତି ।


ତେବେ ଆଜି ସକାଳେ ଇଡି କଂଗ୍ରେସ ନେତା ଭୂପେଶ ବଘେଲ ଓ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ ସହ ଜଡ଼ିତ ଅନେକ ସ୍ଥାନରେ ଚଢ଼ଉ କରିଛି। ଦୁର୍ଗ ଜିଲ୍ଲାର ଭିଲାଇ ସହରରେ ଥିବା ବଘେଲ ଦମ୍ପତିଙ୍କ ଘର ସମେତ ସେମାନଙ୍କ ସହ ଜଡିତ ଅତି କମ୍‌ରେ ୧୪ଟି ସ୍ଥାନରେ ଇଡି ଅଧିକାରୀମାନେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନରେ ଚଢ଼ଉ କରିଥିଲେ। ଇଡି ଅଧିକାରୀମାନେ ତାଙ୍କ ଘରୁ ନଗଦ ୩୩ ଲକ୍ଷ ଟଙ୍କା ପାଇଛନ୍ତି। ତାଙ୍କ ପରିବାରରେ ପୁଅ, ଝିଅ, ପତ୍ନୀ ଆଦି ରହୁଛନ୍ତି। ଏଥିସହିତ ୧୪୦ ଏକର ଜମି ରହିଛି। ତେଣୁ ଏହି ଅର୍ଥ ବେଶି କିଛି ନୁହେଁ ବୋଲି ତେବେ ବଘେଲ କହିଛନ୍ତି ।