ଭୁବନେଶ୍ୱର: ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ଯୋଗାଣ ମନ୍ତ୍ରୀ । ଅପରାହ୍ନ 4ଟା ବେଳେ ବ୍ୟବସାୟୀଙ୍କ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ । ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ । ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ । ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାଲି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ।