ରାଜଧାନୀରେ ଫୁଡ ସେଫଟି ଟିମ ର ବଡ ଧରଣ ର ଚଢ଼ାଉ

ପନିର ପରେ ଚିନ୍ତା ବଢ଼ାଇଲା କଦଳୀ

ଫୁଡ ସେଫଟି ଟିମ ର ବଡ ଧରଣ ର ରେଡ

ରାଜଧାନୀ ରେ କଦଳୀରେ ମିଶୁଛି କେମିକାଲ

ଧରାପଡିଲା ରସାୟନ ମିଶା କଦଳୀ

ସାରା ଦେଶରେ ଏବେ ଅପମିଶ୍ରଣ ତାର କାୟା ବିସ୍ତାର କରିବାରେ ଲାଗିଛି ।ଆଜିକାଲି କୌଣସି ଜିନିଷରେ ଶୁଦ୍ଧତା ପାଇବା ସତେ ଯେମିତି ସ୍ୱପ୍ନ ପାଲଟି ଗଲାଣି ।ତୁମେ ଯେଉଁ ଜିନିଷରେ ହାତମାର ସବୁ ଜିନିଷ ଭେଜାଲ ।ସୁସ୍ଥ  ରହିବ ପାଇଁ ଲୋକେ ଭଲ ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଉପରେ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ଲାଭ ପାଇଁ କିଛି ବ୍ୟବସାୟୀ ଖାଦ୍ୟରେ ଅପମିଶ୍ରଣ କରୁଥିବା ଏବେ ସାଧାରଣ ଜନତା ଙ୍କୁ ଚିନ୍ତାରେ ପକାଇଛି ।

ତେବେ ଦେଖିବାକୁ ଗଲେ ନିକଟରେ ରାଜ୍ୟରେ ଛେନା ଓ ପନିରର ଅପମିଶ୍ରଣ ଚର୍ଚ୍ଚାର ବିଷୟ ପାଲଟିଥିଲା ।ଆଉ ଏବେ କଦଳୀ କୁ ନେଇ ଆସିଛି ଚିନ୍ତାଜନକ ଖବର ।ତେବେ ଦେଖିବାକୁ ଗଲେ ପିଲା ଠାରୁ ବୃଦ୍ଧ ସମସ୍ତଙ୍କ ର କଦଳୀ ପସନ୍ଦ କିନ୍ତୁ ଏହାକୁ ଶୀଘ୍ର ପାଚିବା  ପାଇଁ  ଗୋଦାମ ରେ ଅତ୍ୟଧିକ ପରିମାଣ ର ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି ।ତେବେ ରାଜଧାନୀର ଏକ କଦଳୀ ଗୋଦାମ ରେ  ଖାଦ୍ୟ ନିରାପତ୍ତା ବିଭାଗ ର ଅଚାନକ ଚଢ଼ାଉ ବେଳେ ରଙ୍ଗ ଦିଆ  ଏବଂ ରାସାୟନିକ ପଦାର୍ଥ ରେ ପ୍ରକ୍ରିୟାକରଣ କରାଯାଇଥିବା କଦଳୀ ଠାବ କରାଯାଇଛି ଏବଂ ଏହା ପରେ ଏହି କଦଳୀ ଗୁଡିକୁ ନଷ୍ଟ କରିବା ପାଇଁ ଅଳିଆ ଗାଡି ରେ ନିଆଯାଇଥିବା ସୂଚନା ମିଳିଛି ।

ତେବେ କଦଳୀ କୁ ଶୀଘ୍ର ପାଚିବାକୁ କେଉଁ ନିୟମ ଅନୁସାରେ ଇଥିଲିନ ଭିତ୍ତିକ ପ୍ରକ୍ରିୟା ବ୍ୟବହାର କରାଯାଇପାରେ  କିନ୍ତୁ ନିୟମ ଉଲଂଘନ କରି ଅଧିକ ରାସାୟନିକ ବ୍ୟବହାର କରାଗଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।ତେବେ ଖାଦ୍ୟ ନିରାପତ୍ତା ବିଭାଗ ର ଚଢ଼ାଉ ପରେ ଏହି ଘଟଣା ସାମ୍ନା କୁ ଆସିଥିବାରୁ ଏବେ ପ୍ରଶ୍ନ ଉଠୁଛି ବଜାର ରୁ ଆମେ କିଣୁଥିବା କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ……..?