ସୁନ୍ଦର ତ୍ୱଚା ପାଇଁ ଯୁବତୀମାନେ ଅନେକ ସମୟରେ ବହୁତ କିଛି କରିଥାନ୍ତି ।ତେଣୁ ମାର୍କେଟରେ ଏପରି ଅନେକ ବ୍ୟୁଟି ପ୍ରଡକ୍ଟ ଅଛି, ଯାହା ତ୍ୱଚାକୁ ଗ୍ଲୋ କରିବା ପାଇଁ ଦାବି କରନ୍ତି । କିନ୍ତୁ ଏହା ଦ୍ୱାରା ସାଇଡ ଇଫେକ୍ଟସ ହେବାର ମଧ୍ୟ ଆଶଙ୍କା ଥାଏ । କେବଳ ଏହା ନୁହେଁ, କସମେଟିକ୍ସ ପ୍ରଡକ୍ଟ ବହୁତ ମହଙ୍ଗା ଥାଏ । ତେବେ ଆସନ୍ତୁ ଜାଣିବା ନେଚୁରାଲ ଉପାୟରେ କିପରି କରିବ ଗ୍ଲୋ।
ହେଲଦି ଡାଏଟ ଦ୍ୱାରା ତ୍ୱଚା ଗ୍ଲୋ କରିଥାଏ । ପ୍ରତିଦିନ ଆପଣଙ୍କ ଡାଏଟରେ ଫଳ, ପନିପରିବା ଏବଂ ଶସ୍ୟକୁ ସାମିଲ କରନ୍ତୁ । ଏହା ସହିତ ଜାମୁ, ପାଳଙ୍ଗ ଏବଂ ବାଦାମ ପରି ହାଇ ଆଣ୍ଟିଅକ୍ସିଡାଣ୍ଟ ଥିବା ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ ।
ପ୍ରଚୁର ପାଣି ପିଅନ୍ତୁ । ଏହା ତ୍ୱଚାକୁ ଗ୍ଲୋ କରିଥାଏ, ଯାହା ଆପଣଙ୍କୁ ଏକ ନେଚୁରାଲ ଗ୍ଲୋ ଦେଇଥାଏ । ପ୍ରତିଦିନ ପ୍ରାୟ ୩ ଲିଟର ପାଣି ପିଇବା ଜରୁରୀ ।
ଫେସିଆଲ ମସାଜ ବେଷ୍ଟ ହୋଇଥାଏ । ହାତରେ ମୁହଁକୁ ଧୀରେ ଧୀରେ ମାଲିସ୍ କରନ୍ତୁ । ନିଜ ଚେହେରାକୁ ମସାଜ କରିବା ପାଇଁ ଏକ ଫେସିଆଲ ରୋଲର ମଧ୍ୟ ବ୍ୟବହାର କରିପାରିବେ ।
ସୂର୍ୟ୍ୟ କିରଣ ମଧ୍ୟ ତ୍ୱଚାକୁ କ୍ଷତି ପହଞ୍ଚାଏ । ଆପଣ ବାହାରକୁ ଯିବା ସମୟରେ ମୁହଁରେ ସନ୍ ସ୍କ୍ରିନ ଲଗାନ୍ତୁ ।