ମହାନଦୀରେ ପ୍ରଭାହିତ ହେଉଛି ବନ୍ୟାଜଳ; ଦିନ ୩ଟା ସୁଦ୍ଧା ପ୍ରଭାହିତ ହେବ ୯ ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ହେବ ବନ୍ୟା । ମହାନଦୀରେ ବନ୍ୟା ଜଳ ପ୍ରଭାହିତ ହେଉଛି । ଦିନ ଗୋଟେ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି । ଦିନ ୩ ଟା ସୁଦ୍ଧା ଏହା ୯ ଲକ୍ଷରେ ପହଞ୍ଚିବ । ସେଥିପାଇଁ ଆମେ ସମସ୍ତେ ସଜାଗ ଅଛୁ । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ମହାନଦୀ ଫୁଲୁଛି, ତେଣୁ ହେବ । ୫ ଟି ଜିଲ୍ଲାକୁ ସତର୍କ କରାଯାଇଛି । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି । ବୈତରଣୀରେ ବନ୍ୟା ଜଳ ଖସୁଛି । ଆଖୁଆପଦାଠାରେ ପାଣି କମୁଛି । ବ୍ରାହ୍ମଣିରେ ଜଳସ୍ତର ବଢୁଛି କିନ୍ତୁ ସମୟ ପରେ ତାହା ସ୍ଥିର ଅବସ୍ଥାକୁ ଆସିବାର ସମ୍ଭାବନା ଦେଖା ଯାଉଛି । ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ପାଣି ପାସ କରିବ । ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା ଓ ଭଦ୍ରକର ଆଖୁଆପଦାଠାରେ କିଛି ସ୍ଥାନରେ ତଳି ଅଞ୍ଚଳରେ ପାଣି ପଶିଛି । ତଳ ମୁଣ୍ଡରେ ପାଣି ପାସ ନ କରିବା ଯାଏଁ ହୀରାକୁଦର କୌଣସି ଗେଟ ଖୋଲାଯିବ ନାହିଁ ।