ନୂଆଦିଲ୍ଲୀ: ପାଣି ଛଡିଦେଲା ଭାରତ, ପାକିସ୍ତାନରେ ବନ୍ୟା । ଝେଲମ ନଦୀ ପାଣି ଭାରତ ଛାଡିଦେବାରୁ ପାକିସ୍ତାନରେ ବନ୍ୟା ପରିସ୍ଥାନ ସୃଷ୍ଟି ହୋଇଛି । ପାକିସ୍ତାନର ମଜାଫାବାଦରେ ଏମଜେର୍ନ୍ସ ଆଲର୍ଟ ଜାଲି କରାଯାଇଛି । ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି । ପାକିସ୍ତାନର ଛକୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ସୂଚନାନୁଯାୟୀ, ଉରିରେ ଅନନ୍ତନାଗ ଜିଲ୍ଲାରୁ ଚକୋଠିରେ ପାଣି ପଶି ଝେଲମ ନଦୀରେ ହଠାତ୍ ଭୟଙ୍କର ବନ୍ୟା ଆସିଥିଲା । ଯାହାଦ୍ବାରା ପାକିସ୍ତାନର ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଏହି ସମୟରେ ତିନିଟି ନଦୀର ବ୍ୟବହାର କିପରି କରାଯିବ ସେନେଇ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯେଉଁଥି ପାଇଁ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦିଆଯାଇଛି । ଏପରି ପରିସ୍ଥିତିରେ ପାକିସ୍ତାନକୁ ଗୋଟିଏ ବି ବୁନ୍ଦା ପାଣି ନଯିବାକୁ ଜଳ ଶକ୍ତି ମନ୍ତ୍ରୀ କହିଛନ୍ତି । ଯାହା ବୈଠକରେ ଆଲୋଚନା କରାଯାଇଥିଲା । ଚେନାବରେ ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ୫ରୁ ୭ ବର୍ଷ ସମୟ ଲାଗି ପାରେ । ସେପର୍ଯ୍ୟନ୍ତ ପାକିସ୍ତାନ ଆଡକୁ ପାଣି ଛଡ଼ାଯିବ ଛଡ଼ା ଆଉ କିଛି ବିକଳ୍ପ ନାହିଁ । କାମ ଚାଲିଥିବା ବନ୍ଧଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଯାଇ ଭାରତ ଏହି ସବୁ ନଦୀର ଜଳକୁ ନିୟନ୍ତ୍ରଣ କରି ପାରିବ। ଯାହା ବର୍ତ୍ତମାନ ସମ୍ଭବ ନୁହେଁ । ବିଶ୍ବବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ଚିକ୍ତି ହୋଇଛି । ସେହି ଅନୁସାରେ ସତଲୁଜ, ବ୍ୟାସ ଓ ରାବି ନଦୀ ଜଳ ଉପରେ ଭାରତର ନିୟନ୍ତ୍ରଣ ରହିଛି । ଅନ୍ୟପଟେ ସିନ୍ଧ, ଝେଲମ ଓ ଚେନାବ ନଦୀର ଜଳ ଅଧିକାର ପାକିସ୍ତାନ ହାତରେ ରହିଛି ।