୨୧୨ କିଲୋ ଗଞ୍ଜେଇ ଜବତ କଲା ଫିରିଙ୍ଗିଆ ପୋଲିସ , ମାଫିଆ ଫେରାର

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ବେଆଇନ ଗଂଜେଇ କାରବାର ବୃଦ୍ଧି ପାଇଥିବା ବେଳେ ପୋଲିସ ମଧ୍ୟ କିଛିଦିନ ହେଲା ଏହି ଗଂଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆ ଙ୍କ ନିର୍ଦେଶ କ୍ରମେ ଏହି ଅଂଚଳରେ ଅପରେସନ ନୀଳ ଜହର ଅଭିଯାନ ଜାରି ରଖିଛି । ପୋଲିସ ଲାଗତର ଭାବରେ ଅଂଚଳ ର ବିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ପରିମାଣରେ ଗଂଜେଇ ଜବତ କରିବା ସହ ବିଭିନ୍ନ ଦାମୀ ଗାଡି ଓ ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁ ଥିଲେ ମଧ୍ୟ୍ୟ ଏହି ଅଂଚଳରେ ଗଂଜେଇ କାରବାର ଥମିବାର ନା ଧରୁନି । ତେବେ ଏହି ପରିପେକ୍ଷୀରେ କିଛିଦିନର ନୀରବତା ପରେ ପୁଣି ଫିରିଙ୍ଗିଆ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ପୋଲିସ ଆଖିରେ ଧୂଳି ଦେଇ ମାଫିଆ ମାନେ ଫେରାର ହେବାରେ ସଫଳ ହୋଇଥିଲେବି ଫିରିଙ୍ଗିଆ ପୋଲିସ 212 କିଲୋ ଗଂଜେଇ କୁ ଜବତ କରିବାରେ ସଫଳ ହୋଇଛି । ତେବେ ପୋଲିସ ର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ତାଳଦଣ୍ଡିକିଆ ଗାଁ ନିକଟରେ ଥିବା ଜୋକେ ଛକ ପାଖରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଝାଟି ମାଟି କୁଡ଼ିଆ ରେ ଚାଲାଣ ପାଇଁ ପ୍ରସ୍ଥିତି ଚଳାଇଥିବା ଖବର ପାଇଁ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ଏକ ଟିମ ସେହି ଜଙ୍ଗଲ ରେ ଚଢ଼ାଉ କରିଥିଲେ । ପୋଲିସ କୁ ଦେଖି ଗଂଜେଇ ମାଫିଆ ମାଫିଆ ମାନେ କୁଡ଼ିଆ ଭିତରେ ଗଂଜେଇ ଛାଡି ଫେରାର ମାରିଥିବା ବେଳେ ପୋଲିସ ଏହି ଗଂଜେଇ କୁ ଜବତ କରିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ 62/2023 ରେ ଏକ ମାମଲା ରୁଜୁ କରାହାଯାଇଥିବା ବେଳେ ଖୁବ ଶୀଘ୍ର ଫେରାର ମାଫିଆ ମାନେ ଧରା ପଡିବେ ବୋଲି ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ।