ଟିଟିଲାଗଡ଼: ଟ୍ରେନ୍ରେ ଅଗ୍ନିକାଣ୍ଡ । କୋଇଲା ବୋଝେଇ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଛି। ବଡ଼ମାଳ ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲାଗିଯାଇଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆଁକୁ ଆୟତ୍ତ କରିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନଥିବାବେଳେ କ୍ଷୟକ୍ଷତିର ଆକଳନ କରାଯାଇନଥିବା ସୂଚନା ମିଳିଛି।ରେଳ ବିଭାଗର ବରିଷ୍ଠ ଅଧିକାରୀ, ଆରପିଏଫ୍ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।