ଏୟାରପୋର୍ଟ ଆଇଟି ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ ସଫଦରଗଞ୍ଜ ଏୟାରପୋର୍ଟ ଆଇଟି ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୬ ଦମକଳଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି।

(ଦିଲ୍ଲୀ) : ଦିଲ୍ଲୀ ସଫଦରଗଞ୍ଜ ଏୟାରପୋର୍ଟ ଆଇଟି ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୬ ଦମକଳଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ତେବେ ଘଟଣାରେ ଜୀବନ ହାନି ହୋଇନଥିବା ସୂଚନା ମିଳିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି କୁହାଯାଉଛି।

ସୂଚନା ଥାଉକି, ଗତ ତିନିଦିନ ହେଲା ରାଜଧାନୀରେ କେଉଁଠି ନା କେଉଁଠି ଅଗ୍ନିକାଣ୍ଡ ଘଟୁଛି। ଏହା ପୂର୍ବରୁ ଶନିବାର ସକାଳେ ଦକ୍ଷିଣ ଦିଲ୍ଲୀ ଲାଜପତ ନଗର ସେଣ୍ଟ୍ରାଲ ମାର୍କେଟ୍‌ ଅଞ୍ଚଳରେ ନିଆଁ ଲାଗିବାରୁ ୫ ଶୋ ରୁମ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ୩୦ ଦମକଳ ଗାଡ଼ି ଓ ୧୦୦ ଅଗ୍ନିଶମ କର୍ମଚାରୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ।