ଓଡ଼ିଶାକୁ ଲଘୁଚାପ ଭୟ

ଭୁବନେଶ୍ୱର: ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡ଼ୁ ଉପକୂଳରେ ସ୍ଥଳଭାଗ ଛୁଇଁବ । ଗଞ୍ଜାମ, ଗଜପତି,ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ପାଚିଲା ଧାନ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ଶୀତ ବଢ଼ିବ । ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ଆସ୍ତା ଦୁଇଦିନ ପର୍ଯ୍ୟନ୍ତି ଦିନ ଅପେକ୍ଷା ରାତ୍ରୀର ତାପମାତ୍ରା ବଢ଼ିବ ।