ସଡ଼କ ଦୁର୍ଘଟଣାରେ ବାପ – ଝିଅ ମୃତ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ସଡ଼କ ଦୁର୍ଘଟଣାରେ ବାପ – ଝିଅ ମୃତ । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ରୁଗୁଡି ଥାନା ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଏତେ ଭୟଙ୍କର ଦୃଘଟଣା ଥିଲାଜେ ବାପା ଓ ୬ ବର୍ଷର ନାବାଳିକା ଝିଅ ର ଘଟଣା ସ୍ଥଳରେ ଜୀବନ ଚାଲି ଯାଇଥିଲା । ଭଦ୍ରାସାହି ପଟୁ ବାଇକ୍ ରେ ଯାଉଥିବାବେଳେ ରୁଗୁଡିଛକ ନିକଟରେ ପଛପଟୁ ଉଭୟଙ୍କୁ ଧକ୍କା ଦେଇଥିଲା ଟ୍ରକ । ତେବେ ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଉଭୟ ଙ୍କର ଶବ ଯୋଡ଼ା ଟାଟା ଷ୍ଟିଲ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।