ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଭାରତୀୟ କୃଷକ ସଂଘର ନେତା ରାକେଶ ଟିକୈତ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି । ରାକେଶ ଟିକୈତ ଶନିବାର ଏକ ଟୁଇଟର ଜରିଆରେ କେନ୍ଦ୍ର ସରକାରଙ୍କୁ ଚେତାଇଛନ୍ତି । ମୂକ ବଧିର କେନ୍ଦ୍ର ସରକାରଙ୍କୁ ନିଦରୁ ଉଠାଇବା ପାଇଁ କୃଷକ ସଂସଦ ଚଲାଇବା ଜାଣିବା ସହିତ କୃଷକ ମାନଙ୍କୁ ଅଣଦେଖା କଲେ ଉଚିତ୍ ଶିକ୍ଷା ଦେବା ଜାଣିଛନ୍ତି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ତିନି କୃଷି କାନୁନ ବିରୋଧରେ କିଛି ମାସ ହେବ ଜୋରଦାର ଆନ୍ଦୋଳନ ଚାଲିଛି । କୃଷକ ମାନେ ଜନ୍ତରମନ୍ତର ଠାରେ କୃଷକ ସଂସଦ ଆରମ୍ଭ କରିଦେଇଛନ୍ତି । ଆନ୍ଦୋଳନ ଚାଲିଥିବା ସମୟରେ ୬୦୦ କୃଷକ ଜୀବନ ଯାଇଛି ଏହା ପରେ ମଧ୍ୟ କୃଷକ ମାନେ ନିଜର ଦାବୀ ପାଇଁ ଅନ୍ଦୋଳନ ଜାରି ରଖିଛନ୍ତି । ୨୦୦ କୃଷକ ଜନ୍ତରମନ୍ତର ଠାରେ ବିବାଦିତ କୃଷି ଆଇନ ବିରୋଧରେ ସଂସଦ କରିଥିବା ସହିତ ଏସଏସପି ଗ୍ୟାରେଣ୍ଟି ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଦାବୀ କରିଛନ୍ତି ।