ସାପ କାମୁଡାରେ ଗଲା ଚାଷୀଙ୍କ ଜୀବନ

ରାଇରଙ୍ଗପୁର-: ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ହାତିଆ ପଞ୍ଚାୟତର କପିଳି ଗ୍ରାମର ଜନୈକ ଚାଷୀ ସାପ କାମୁଡାରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ କପିଳି ଗ୍ରାମର ଚାଷୀ ସୋମବାର ଦିନ ଅପରାହ୍ନ ୩ ଟା ସମୟରେ ଜୀତେନ୍ଦ୍ର ଲୋହାର(୪୫) ବିଲରେ ଚାଷ କାମ ସାରି ଘରକୁ ଫେରିଥିଲେ । ଘର ଦାଣ୍ଡ ଦୁଆର ପାଖରେ ଠିଆ ହୋଇଥିବାବେଳେ ଚାଳରୁ ହଠାତ ଏକ ଗୋଖର ସାପ ହଠାତ ତାଙ୍କୁ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ  ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋରୁମହିଷାଣୀ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।