ନକଲି ଚାଷୀ ଖୋଜିବେ ସରକାର, ହେବ e-KYC ଯାଞ୍ଚ

ଭୁବନେଶ୍ଵର: ନକଲି ଚାଷୀ ଖୋଜିବେ ସରକାର । ଚାଷୀଙ୍କ ହେବ e-KYC ଯାଞ୍ଚ । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ ଚାଷୀମାନେ କରିବେ e-KYC । ଚାଷୀ ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍କାନ କରାଇବେ । e-KYC ହେଲେ ନକଲି ଚାଷୀ ଚିହ୍ନଟ ହୋଇ ପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ଚଳିତ ମାସ ୧୯ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନକୁ ଦିନ ବିଭିନ୍ନ ସ୍ଥାନରେ ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜିକରଣକୁ ସରଳିକରଣ କରିବାକୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର  । ତେବେ ବାପା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ପୁଅମାନେ କରି ପାରିବେ ପଞ୍ଜିକରଣ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇମାନଙ୍କର ଲିଖିତ ସ୍ୱୀକୃତିନାମା ପଞ୍ଜିକରଣ ସମୟରେ ଦାଖଲ କରିବେ ।