ଦାନାନ ଶ୍ରମିକଙ୍କ ପାଇଁ ଉଦାହରଣ ପାଲଟିଲେ ଲେମ୍ବୁଚାଷୀ କୁମୁଦ ପ୍ରଧାନ

(ଜଗନ୍ନାଥ ଅଗ୍ରୱାଲ): ଶିଳ୍ପ ଓ ଖଣି ବହୁଳ ଅନୁଗୋଳ ଜ଼ୀଲ୍ଳାରେ ଯୁବକମାନେ ମାତ୍ର ମାସିକ ପ୍ରାୟ ୩ ହଜାର ଟଙ୍କା ଦରମା ପାଇଁ ଗାଁ ଛାଡୁ ଥିବାବେଳେ , ବନ୍ତଳା ଅଂଚଳର ଜଣେ ଚାଷୀ ଲେମ୍ବୁ ଚାଷ କରି ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ଅନୁଗୋଳ ବ୍ଲକ ର ପୋକତୁଙ୍ଗା ଗ୍ରାମର ଏହି ସଫଳ ଚାଷୀ ହେଉଛନ୍ତି ୫୫ ବର୍ଷୀୟ କୁମୁଦ ପ୍ରଧାନ । ପ୍ରାୟ ୩ ଏକର ଜାଗାରେ ଲେମ୍ବୁ ଚାଷ କରି କୁମୁଦ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ନିଜ ସମେତ ଦୈନିକ ପ୍ରାୟ ୧୫ ଜଣ ଶ୍ରମିକଙ୍କୁ ଲେମ୍ବୁ ଚାଷରେ ସେ ନିୟୋଜିତ କରି କର୍ମ ସଂସ୍ଥାନ ଯୋଗାଇ ପାରିଛନ୍ତି । ତାଙ୍କଠାରୁ ପ୍ରୋତ୍ସାହନ ପାଇ ଓ ଲେମ୍ବୁ ଚାରା ନେଇ ଆଖପାଖ ଅଂଚଳର ଚାଷୀମାନେ ମଧ୍ୟ ଲେମ୍ବୁ ଚାଷ ଆରମ୍ଭ କରିଛନ୍ତି । କୁମୁଦ ଦୈନିକ ପ୍ରାୟ ୧୦ ବସ୍ତା ଲେମ୍ବୁ ବଜାରରେ ବିକ୍ରି କରି ପାରୁଛନ୍ତି । ସ୍ୱଳ୍ପ ମଜୁରୀ ବା ଦରମାରେ ଖଟୁ ଥିବା ଓ ଶୋଷିତ ହେଉଥିବା ଯୁବକ ମାନଙ୍କ ଆଖି ଖୋଲି ଦେଇଛନ୍ତି କୁମୁଦ ।