(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ସିମିଳି ଓ ଅଣସର ଗ୍ରାମ ପଞ୍ଚାୟତ ରେ ହେକ୍ଟର ହେକ୍ଟର ଧାନ ଫସଲରେ ପୋକ ଯୋଗୁଁ ଫସଲ ନଷ୍ଟ ହେଉଛି । ଚାଷୀ ଏବେ ଚିନ୍ତାରେ କେମିତି କରିବେ ପରିବାର ର ଭରଣପୋଷଣ । ଧାନ ଫସଲ କରିବାକୁ ହଜାର ହଜାର ଟଙ୍କା ବ୍ୟାଙ୍କ୍ ରୁ ରୁଣ ଆଣିଥିଲେ । କେମିତି ସୁଜିବେ ବ୍ୟାଙ୍କ୍ ରୁ ଆଣିଥିବା ରୁଣ ସେ ନେଇ ଚାଷୀ ଏବେ ଚିନ୍ତାରେ। ସରକାର ଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ପାଇଁ ଚାଷୀ ଦାବି କରିଛନ୍ତି । ଅନ୍ୟ ପଟେ ଏନେଇ ଜିଲ୍ଲା କୃଷି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି କି ଗ୍ରାମସାଥି ଓ କୃଷକସାଥି ଗାଁ ଗାଁ ରେ ବୁଲି କୃଷକ ମାନଙ୍କୁ କିଟନାଶକ ପ୍ରତିସୋଧକ କିପରି ସିଞ୍ଜନ କରିବେ ସେ ନେଇ ବାର୍ତା ଦେଉଛନ୍ତି । ଏନେଇ କିଛି ଅସୁବିଧା ନାହିଁ ବୋଲି ଜିଲ୍ଲା କୃଷୀ ଅଧିକାରୀ କୁହନ୍ତି।