ଜଳେଶ୍ୱର : ଜଳେଶ୍ୱର ଅବକାରୀ ଓ ଭୋଗରାଇ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଚୋରା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରିଛନ୍ତି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ସହ ମହୁଲ ପୋଚ ଜବତ କରି ୪ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦକ୍ଷ, ନହରା, ଜଳଧା, ଉଲୁଡ଼ା ଗ୍ରାମରେ ଚୋରା ବିଦେଶୀ ମଦ ଦୋକାନ ଦୀର୍ଘ ଦିନ ଧରି ଚାଲି ଆସୁଥିଲା । ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ । ଗୁରୁବାର ଅବକାରୀ ବିଭାଗ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି । ଏହି ଚଢାଉ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଅବକାରୀ ଓଆଇସି ଜୟନ୍ତୀ ଆଚାର୍ୟ୍ୟ, କନେଷ୍ଟେବଳ ବାବାଜୀ ପଣ୍ଡିତ, ରାମଚନ୍ଦ୍ର ମହାନ୍ତି, ରାଜୀବ କୁମାର ଭଞ୍ଜ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।