ଅବକାରୀ ବିଭାଗ ତରଫରୁ ଛଢାଉ: ୩୫ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ଦିନକୁ ଦିନ ଚୋରା ମଦ କାରବାର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ବୃଦ୍ଧିପାଉଛି । ଯାହାଫଳରେ ସାମାଜିକ ସୁସ୍ଥ ପରିବେଶ ଦିନକୁ ଦିନ ଅଶାନ୍ତ ହେଉଛି । ବେଆଇନ ମଦ ବିକ୍ରି, ମଦ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗର କଠୋର କାର୍ଯ୍ୟନୁଷ୍ଠାନ ।

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ ସମୟରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ରାସ୍ତାରେ ହୋଣ୍ଡା ଏକ୍ଟିଭା ସ୍କୁଟିରେ ଜନୈକ ବ୍ୟକ୍ତି ଯାଉଥିବା ସମୟରେ ସନ୍ଦେହରେ ଅବକାରୀ କର୍ମଚାରୀ ଅଟକାଇ ଯାଞ୍ଚ କରୁଥିବା ସମୟରେ ଡିକିରେ ଏକ ଟ୍ୟୁବ୍ ଜବତ କରିଥିଲେ । ସେଥିରୁ ୩୫ ଲିଟରରୁ ଉର୍ଦ୍ଧ୍ବ ଦେଶୀ ରନ୍ଧାମଦ ଜବତ କରିଥିଲେ । ଚୋରା ମଦ ନେଉଥିବା ବ୍ୟକ୍ତି ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁପୁଣୀ ଗ୍ରାମରୁ ନୁନାରାମ ମାଝୀ । ପେଶାରେ ସେ ଜରେ ମିସ୍ତ୍ରୀ । ଅବକାରୀ ବିଭାଗ ନୁନାରାମ ଓ ତାଙ୍କ ସ୍କୁଟି ସହ ମଦ ଜବତ କରି ଅବକାରୀ କାର୍ୟ୍ୟାଳୟକୁ ନେଇ ଯାଇଥିଲେ । ନୁନାରାମଙ୍କ ନାମରେ ୩୩/୨୩-୨୪ ଅବକାରୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ସେହିଭଳି ଚଳିତ ମାସ ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୯୨ କେଜି ପୋଚ, ୬୩୭୫ ଲିଟର ଦେଶୀ ରନ୍ଧାମଦ, ୩ ଲିଟର ୪୫୦ ମି.ଲି ବିଦେଶୀ ମଦ, ୧୦ ଲିଟର ଵିୟର ଜବତ କରାଯିବା ସହ ୧୫ ଟି କେଶ ମାମଲା ରୁଜୁ କରାଯାଇଥିବାବେଳେ ୧୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ରାଇରଙ୍ଗପୁର ଅବକାରୀ ବାଭାଗ ଇନ୍ସପେକ୍ଟର ନାରାୟଣ ଜେନା, ମନୋଜ ପୁରସେଠ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।