ଉଦଘାଟିତ ହୋଇ ସାରିଥିଲେ ସୁଦ୍ଧା କାମରେ ଆସି ପାରିନାହିଁ ଟ୍ରାଫିକ ପୋଷ୍ଟ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ସହରରେ ଥିବା ୪ ଟ୍ରାଫିକ ପୋଷ୍ଟ ଦୀର୍ଘ ବର୍ଷ ହେଲା ଉଦଘାଟିତ ହୋଇ ସାରିଥିଲେ ସୁଦ୍ଧା କାମରେ ଆସି ପାରିନାହିଁ। ଫଳରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକସଂଖ୍ୟା ସାଙ୍ଗକୁ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୨୦୧୬ ଜାନୁୟାରୀ ୧ ରେ ସହରର ପ୍ରଥମ ଟ୍ରାଫିକ୍ ପୋଷ୍ଟ ବ୍ଲକଛକରେ ଉଦଘାଟିତ ହୋଇଥିଲା| ମାର୍ଚ୍ଚ ୧ ରେ ନଳିନୀ ଛକ ଓ କୁଞ୍ଜ ହୋଟେଲ ଛକରେ ପୃଥକ ପୃଥକ ଦୁଇଟି ଟ୍ରାଫିକ୍ ପୋଷ୍ଟ ଉଦଘାଟିତ ହୋଇଥିଲା | ପରବର୍ତି ସମୟରେ ବୁଢ଼ାରଜା ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯାଇ ସାରିଛି କିନ୍ତୁ ନଳିନୀ ଛକ, ଚୁଢ଼ାରଜା ଛକ ଓ କୁଞ୍ଜ ହୋଟେଲ ଛକରେ ନିର୍ମିତ ଟ୍ରାଫିକ ପୋଷ୍ଟରେ ବୈଷୟିକ ଜ୍ଞାନକୌଶଳର ଅଭାବ ଯୋଗୁଁ ପୋଷ୍ଟ ଉପରେ ଟ୍ରାଫିକ ପୁଲିସ ଠିଆ ହୋଇ କାମ କରିବା କଷ୍ଟକର ହୋଇ ପଡ଼ିଥିଲା । ବ୍ଲକ ଛକ ଟ୍ରାଫିକ ପୋଷ୍ଟ ଉପରେ କିଛି ମାସ ଟ୍ରାଫିକ ପୁଲିସ ଠିଆ ହୋଇ ଯାନବାହନ ନିୟନ୍ତ୍ରଣ କରୁଥିଲୋ  କିଛି ବର୍ଷ ପରେ କୁଞ୍ଜ ହୋଟେଲ ଛକରେ ନିର୍ମିତ ଟ୍ରାଫିକ ପୋଷ୍ଟ ଉଭାନ ହୋଇ ଯାଇଥିଲା ପରବର୍ଷି ସମୟରେ ମହାନଦୀ ପୋଲ ଛକରୁ କୁଞ୍ଜ ହୋଟେଲ ଛକ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ହେବା ଫଳରେ ବ୍ଲକଛକରେ ଥ‌ିବା ଟ୍ରାଫିକ୍ ପୋଷ୍ଟ୍ ଭାଙ୍ଗି ଦିଆଯାଇଥିଲା।   ସେହି ଦିନ ଠାରୁ ଏଠାରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ପୁଲିସ କର୍ମଚାରୀ ବର୍ଷ ସାରା ବର୍ଷା, ଖରା ଓ ଶୀତରେ ଖୋଲା ଆକାଶ ତଳେ ଟ୍ରାଫିକ୍ ନିୟନ୍ତ୍ରଣ ୨୦୨୨ ଫେବୃଆରୀରେ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଚଳନ୍ତି ଟ୍ରାଫିକ୍ ପୋଷ୍ଟ୍ ନିର୍ମାଣ କରାଯାଇଥିଲା କିନ୍ତୁ ପୋଷ୍ଟ୍ ତଳେ ଚକ ଲଗାଯିବା ଫଳରେ କର୍ମଚାରୀ ଏହା ଉପରେ ଠିଆ ହୋଇରହି ଟ୍ରାଫିକ୍ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡ଼ିଲା। ଯଦ୍ୱାରା ଯଥା ପୂର୍ବଂ ତଥା ପରଂ ନୀତିରେ ଟ୍ରାଫିକ ପୁଲିସ ଖୋଲା ଆକାଶ ତଳେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ବାଧ୍ଯ ହୋଇଥିଲୋ ଅନ୍ୟପକ୍ଷରେ ଟ୍ରାଫିକ୍ ପୋଷ୍ଟ୍ ଅତ୍ୟନ୍ତ ହାଲୁକା ସହ ତଳେ ଚକ ଲାଗି ଥିବାରୁ ସାମାନ୍ୟ ପବନରେ ଓଲଟି ତଳେ ପଡ଼ି ଯାଉଥିବାରୁ ଛକରେ ଲୋକ ଦେଖାଣିଆ ଭାବରେ ଖୁଣ୍ଟରେ ବାନ୍ଧି ରଖାଯାଇଛି! ଅନାବନା ଲାଟାବୁଦା ସାଙ୍ଗକୁ ବିଭିନ୍ନ ଦଳର ପତାକାରେ ଅଞ୍ଚଳ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି!

କାମରେ ଆସୁନି କରିବାକୁ ବାଧ୍ୟ ହେଲେ ଟ୍ରାଫିକ ପୋଷ୍ଟ ଷ୍ଟେଟ୍ ବ୍ୟାଙ୍କ୍ ସିଏସଆର୍ ଜିଲ୍ଲା ସଦର ମହକୁମାର ପ୍ରମୁଖ ବ୍ଲକ ଛକରେ ଏଭଳି ପରିତ୍ୟକ୍ତ ଟ୍ରାଫିକ୍ ପୋଷ୍ଟ୍କୁ ଦେଖି ଲୋକେ ନାକ ଟେକୁଛନ୍ତି । ନଳିନୀ ଛକରେ ନିର୍ମିତ ଟ୍ରାଫିକ ପୋଷ୍ଟରେ ସ୍ଥାନାଭାବ ସହ ପୋଷ୍ଟ ଉପରୁ ଟ୍ରାଫିକ ନିୟନ୍ତ୍ରଣକୁ ସାଧାରଣ ଲୋକେ ଦେଖି ନପାରିବା ଦ୍ବାରା ପୁଲିସ କର୍ମଚାରୀ ବାଧ୍ଯ ହୋଇ ତଳେ ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାରେ ସ‌ହରର ଚାରୋଟି ଜନଗହଳିପୂର୍ଣ ଛକରେ ଟ୍ରାଫିକ୍ ପୋଷ୍ଟ ନିର୍ମାଣ ହୋଇଥିଲେ ସୁଦ୍ଧା ଉଦଘାଟନ ଦିନ ଠାରୁ ସବୁ ଅଚଳ ହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହିତ ସରକାରୀ ବ୍ୟବସ୍ଥା ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତୁରନ୍ତ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରି ଟ୍ରାଫିକ ପୋଷ୍ଟ ଗୁଡିକୁ ପୂର୍ଣ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦୃଢ ଦାବି କରିଛନ୍ତି