ଏକକାଳୀନ ୧୦ ସ୍ଥାନରେ ରେଡ

କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଠକେଇ ଅଭିଯୋଗ ମାମଲାରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ EOW । ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ। ରାଜ୍ୟର ସମସ୍ତ ମାଇନ୍ସ କରିଡର୍ ର ଚେକ୍ ପଏଣ୍ଟରେ ରେଡ୍ ହେଉଛି l ଏପରିକି ରାଜ୍ୟର ସମସ୍ତ ମାଇନ୍ସ କରିଡର ଚେକ୍‌ ପଏଣ୍ଟରେ ରେଟ୍‌ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଟଙ୍କା ହେର୍‌ଫେର୍‌ ମାମଲାରେ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ର଼୍ୟାକେଟରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।

ଏହି ଲିଙ୍କ୍‌ରେ ସୋମବାର କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଡାକି ଇଓଡବ୍ଲ୍ୟୁ ୧୨ ଘଣ୍ଟାର ମାରାଥନ ଜେରା କରିଥିଲା। ରାଜାଙ୍କୁ ଜେରା ପରେ ଇଓଡବ୍ଲ୍ୟୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ୧୦ଟି ଟିମ୍‌ ଗଠନ କରାଯାଇଥିବା ସୂଚନା ମିଳିଛି।