ଢେଙ୍କାନାଳ ସଦର ରେଞ୍ଜ ତାମଣ୍ଡା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମୃତ ଦୁଇ ଆହତ । ଅଳ୍ପକେ ବର୍ତ୍ତିଲେ ସାଥିରେ ଥିବା ଅନ୍ୟଜଣେ ଯୁବକ । ମୃତକ ହେଲେ ଯଦୁମଣି ମହନ୍ତ । ଆହତ ଦୁଇ ଜଣ ହେଲେ ଗୋପାଳଚନ୍ଦ୍ର ମହନ୍ତ ଓ ହେମନ୍ତ ମହନ୍ତ । ଚାରିଜଣ ଏକାଠି ନିକଟସ୍ଥ ଏକ କୁକୁଡ଼ା ଫାର୍ମରୁ ବାହାରି ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଦୁଇଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବିଗତ ଗୋଟିଏ ମାସ ଭିତରେ ଢେଙ୍କାନାଳରେ ହାତୀ ଆକ୍ରମଣରେ ଗଲାଣି ୮ଜଣଙ୍କ ଜୀବନ । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବନବିଭାଗର ଅପାରଗତା ପାଇଁ ହାତୀ ମଣିଷ ଲଢେଇ ଦିନକୁ ଦିନ ବଢୁଥିବା ଅଭିଯୋଗ ହୋଇଛି ।