ବିଶ୍ୱର ବୃହତ୍ତମ ଅଣ୍ଡା କଳାକୃତି

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବିଶ୍ୱର ବୃହତ୍ତମ ଇସଟର ଏଗ୍ ଏବେ ବ୍ରାଜିଲ୍ର ପୋମେରୋଡ଼ ସହରରେ ପ୍ରଦର୍ଶିତ ହେଉଛି । ମେ ସାସ ଶେଷ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଇସପାତ ଛାଞ୍ଚକୁ ରେଜିନ୍ କାନ୍ଭାସ୍ରେ ଆଚ୍ଛାଦିତ କରି ବିଶାଳ ଅଣ୍ଡାର ଆକୃତି ଦିଆଯାଇଛି । ଉଚ୍ଚତା ଆଚରଣ ଫୁଟ୍ ତିନି ଇନ୍ଚ ଏବଂ ଗୋଲେଇ ଛବିଶ ଫୁଟ୍ ଏଗାର ଇନ୍ଚ । ସ୍ଥାନୀୟ ଶିଳ୍ପୀ ସିଲଭାନା ପୁଜୋଲ ବିଶାଳ ଅଣ୍ଡାଟିକୁ ଚିତ୍ରିତ କରିଛନ୍ତି । ଏଥିପାଇଁ ସେ ଅଠଚାଳିଶ ଘଣ୍ଟା ଶ୍ରମ କରିଥିବା ପ୍ରକାଶ । ଏପ୍ରିଲ ୨୧ରେ ଇସଟର ସନ୍ଡ଼େ ପାଳିତ ହେବ । ଏହି ଉପଲକ୍ଷେ ଅଣ୍ଡାଟିକୁ ଗଢାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପୋମାରୋଡ଼ ସହରର ଅଧିକାଂଶ ବାସିନ୍ଦା ମୂଳତଃ ଜର୍ମାନ୍ । ପାରଂପରିକ ଭାବ ସେମାନେ ଇସଟର ଅବସରରେ ବାର୍ଷିକ ଓସଟରଫେସଟ ପାଳନ କରନ୍ତି । ପୋମେରୋଡ଼୍ର ବିଶାଳ ଅଣ୍ଡା କଳାକୃତିକୁ ଗିନିଜ୍ ବୁକ ପକ୍ଷରୁ ମାନ୍ୟତା ଦିଆଯାଇଛି ।