ଦ୍ଵିତୀୟ ସୋମବାରରେ ମଧ୍ୟ ଭକ୍ତଙ୍କୁ ନା, ୧୪୪ ଧାରା ଜାରି

ଚଳିତ ମାସ ୮ ତାରିଖରେ କଟକ ଧବଳେଶ୍ବର ପୀଠରେ ଜାରି ହେବ ୧୪୪ଧାରା ।

(କଟକ) : ଚଳିତ ମାସ ୮ ତାରିଖରେ କଟକ ଧବଳେଶ୍ବର ପୀଠରେ ଜାରି ହେବ ୧୪୪ଧାରା । ଆସନ୍ତା ୮ତାରିଖ କାର୍ତ୍ତିକ ସୋମବାର ପଡ଼ୁଥିବାରୁ ପ୍ରବଳ ଭିଡ଼କୁ ଲକ୍ଷ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଫଳରେ ପ୍ରଶାସନ ପକ୍ଷରୁ ପୀଠ ପରିସରରେ ୧୪୪ଧାରା ଜାରି କରାଯିବ। ସୋମବାର ଥିବାରୁ ବହୁ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ରହିବା ଆଶଙ୍କା ରହିଛି । ପ୍ରତିବର୍ଷ ନିଜ ନିଜ ମନସ୍କାମନା ପୁରଣ ଲାଗି ସେଠାକୁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ଠାକୁରଙ୍କ ଦର୍ଶନ କରିଥାନ୍ତି। ମାତ୍ର ଚଳିତ ବର୍ଷ ତାହାକୁ ବାରଣ କରାଯାଇଛି। ଏଥିଲାଗି ବ୍ୟାପକମାତ୍ରାରେ ବ୍ୟବସ୍ଥା କରାଯାଇଛି । କାର୍ତିକ ମାସର ପ୍ରଥମ ସୋମବାରରେ ମଧ୍ୟ ଭକ୍ତଂକୁ ବାରଣ କରାଯାଇଥିଲା ।