( ରିପୋର୍ଟସ ଟୁଡେ) : ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ଦୌଡରାଣୀ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ଆଜି ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗାଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ , ସାଂସଦ ଅନୁଭବ ମହାନ୍ତି , ବିଧାୟକ ପ୍ରିୟଦର୍ଶୀ ମିଶ୍ର , ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା , ପୂର୍ବତନ ସାଂସଦ ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଦିଲିପ ତିର୍କୀ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମଧ୍ୟ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।