ଟ୍ରାକରେ ଝିଅ ଦୂତୀ, ଡଙ୍ଗାରେ ବାପା ମା’

0

(ସୌମ୍ୟ ରଞ୍ଜନ ସେଠୀ) : ଦେଶ ପାଇଁ ଟ୍ରାକରେ ଦଉଡୁଛନ୍ତି ଦୂତୀ । ଏସିଆନ୍ ଗେମ୍ସରେ ପଦକ ପାଇଁ ଦଉଡୁଥିବା ଓଡିଆ ଝିଅ ଦୂତି ଚାନ୍ଦଙ୍କ ଗାଁ ଯାଜପୁର ଜିଲ୍ଲା ଚକଗୋପାଳପୁରରୁ ସାମନାକୁ ଆସିଛି ଏମିତି କିଛି ହୃଦୟସ୍ପର୍ଶୀ କାହାଣୀ । ଏପଟେ ଝିଅ କୋଟି କୋଟି ଟଙ୍କା ର ମାଲିକ ଥିବା ବେଳେ ସେପଟେ ସରଳ ଜିବନ ଜାପନ କରୁଛନ୍ତି ବାପା ମ।।’ ଘାସ ବୋଝ ନେଇ ଡଙ୍ଗାରେ ଭରା ନଈ ପାର ହେଉଛନ୍ତି ଓ ଗାଇ ବଳଦ ଙ୍କୁ ନିଜ ହାତରେ ଖାଇବାକୁ ବି ଦେଉଛନ୍ତି । ଝିଅ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରି ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇ ସାରିଥିବା ବେଳେ ଏପଟେ କିନ୍ତୁ ଦୂତିଙ୍କ ବାପା ମାଆ ତାଙ୍କ ଦୈନନ୍ଦିନ କାମ କୁ ନେଇ ଖୁସିଥିବାର ଜଣାପଡିଛି..