( ମମତା ସାମଲ) : ୧୦୦ ମିଟର ପରେ ଏବେ ୨୦୦ ମିଟର ଦୌଡରେ ବିଜୟର ବାନା ଉଡାଇଛନ୍ତି ଓଡିଶା ଦୌଡରାଣୀ ଦୂତି ଚାନ୍ଦ । ଆଜି ସେ ୨୦୦ ମିଟର ଦୌଡରେ ଜିତି ସେମିଫାଇନାଲରେ ପହଞ୍ଚିଛନ୍ତ । ଦୂତି ୨୩ ସେକେଣ୍ଡ ସମୟରେ ନେଇ ସେମିଫାଇନାଲରେ ବିଜୟ ହାସଲ କରିଛନ୍ତି । ତେବେ ଦୂତୀଙ୍କ ପରେ ସମସ୍ତଙ୍କ ନଜରରେ ଥିବା ଯୁବା ଆଥଲେଟ୍ ହିମା ଦାସ କିନ୍ତୁ ଫେଲ୍ ମାରିଛନ୍ତି । ଫଲ୍ସ ଷ୍ଟାର୍ଟ ଯୋଗୁଁ ୨୦୦ ମିଟର ସେମିଫାଇନାଲରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ହିମା ।