( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ରକ୍ଷାବନ୍ଧନରେ ଓଡିଶାକୁ ରୌପ୍ୟ ପଦକ ଉପହାର ଦେଇଥିବା ଦୌଡରାଣୀ ଦୂତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାରବାବଦକୁ ଦେଢ କୋଟି ଟଙ୍କା ଘୋଷଣା କରିଛନ୍ତ । ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୧୮ ପ୍ରତିଯୋଗିତାରେ ଗତକାଲି ରୌପ୍ୟ ପଦକ ହାସଲ କରିଛନ୍ତି ଦୂତି ଚାନ୍ଦ । ୧୧.୩୨ ସେକେଣ୍ଡରେ ଓଡିଆ ଝିଅ ଦୂତି ଚାନ୍ଦ ୧୦୦ ମିଟରର ଦୂରତାକୁ ଅତିକ୍ରମ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ ।
ବିଗତ ୨୦ ବର୍ଷ ପରେ ଜଣେ ଓଡିଆ ଝିଅ ଭାବେ ଏହି ଏସୀୟ କ୍ରୀଡାରେ ପଦକ ହାସଲ କରିଥିବା କୃତିତ୍ୱ ହାସଲ କରିଛନ୍ତି ଦୂତୀ ଚାନ୍ଦ । ୧୯୯୮ ମସିହା ଏସିଆନ ଗେମ୍ସରେ ଓଡିଶାର ପୂର୍ବତନ ଧାବିକା ରଚିତା ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତେବେ ଗତକାଲି ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଦୂତୀଙ୍କ ବିଜୟ ସାରା ଦେଶବାସୀଙ୍କୁ ଗୌରାବନ୍ୱିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।