ସାମାନ୍ୟ ବର୍ଷାରେ ବେହାଲ ନିମାପଡା ଏନଏଏସି

(ଜୟନ୍ତ କୁମାର ସେଠୀ/ନିମାପଡା): ସାମାନ୍ୟ ବର୍ଷାରେ ବେହାଲ ନିମାପଡା ଏନଏଏସି । ଘରେ ଭିତରେ ଲହରୀ ଭାଙ୍ଗୁଛି ଡ୍ରେନଜ ପାଣି । ସେପଟେ ପ୍ରାୟ ସମସ୍ତ ଓ୍ଵାର୍ଡରେ ରାସ୍ତାରେ ଅ।ଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ବିପର୍ୟ୍ୟସ୍ତ ଡ୍ରେନଜ ବ୍ୟବସ୍ଥାକୁ ଦାୟୀ କରି ସାଧାରଣ ମୈାଳିକ ସୁବିଧା ସୁଯୋଗ ଯୋଗାଇ ଦେଵାପରେ ବିଫଳ ହୋଇଥିବାର ଅଭିଯୋଗ କରିଛନ୍ତି ପୈାରବାସିନ୍ଦା । ସୁଚନା ଯେ, ପୁରୀ ଜିଲ୍ଲା ନିମାପଡା ପୈାର ପରିଷଦ ଗୋଟି ଓ୍ୟାର୍ଡକୁ ନେଇ ଗଠିତ ହୋଇଛି । ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ, ପରିମଳ ବ୍ୟବସ୍ଥା ଓ ବିଭିନ୍ନ ସରକାରୀ ଜନହିତକର ଯୋଜନା ରେ ଉଲ୍ଲେଖନିୟ କାର୍ୟ୍ୟ ଶୈଳୀ ଯୋଗୁଁ ରାଜ୍ୟରେ ପ୍ରଥମ ଏନଏଏସି ଭାବରେ ମାନ୍ୟତା ବହୁବାର ଲାଭ କରିଛି । ମାତ୍ର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଅଲଗା। ସାମାନ୍ୟ ବର୍ଷାରେ ପ୍ରାୟ ସମସ୍ତ ୱାର୍ଡର ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ହେଉଛି । ଯେଉଁଥି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ବନ୍ୟାଜଳ ନିଷ୍କାସନ ପାଇଁ ଡ୍ରେନ ନାହିଁ ତ କେଉଁଠି ଡ୍ରେନ ଅଛି କିନ୍ତୁ ସେଗୁଡିକ ଅଳିଆ ଆବର୍ଜନା ହୋଇ ପଡି ରହିଛି । ଡ୍ରେନର ସଫେଇ ଅଭାବରୁ ଅସରାଏ ବର୍ଷା ହେଲେ ଡ୍ରେନ ପାଣି ଆସି ଘରେ ପଶୁୂଛି । ବିଶେଷକରି ନିମାପଡା ଏନଏଏସିର ମହାବୀର କଲୋନୀ, ଶ୍ରୀକ୍ଷେତ୍ର କଲୋନୀ, ଅମଲାପଡା, ଗୁହାଳପଡା,ପତିତପାବନ ପାଟଣା, ନୁାହାରକିରୀ ଆଦି ଅଞ୍ଚଳର ଲୋକ ମାନେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି । ବର୍ଷାଦିନ ପୂର୍ଵରୁ ଡ୍ରେନଜ ସଫେଇ କାର୍ୟ୍ୟ ନ କରି ନିମାପଡା ପୈାରପରିଷଦ କେବଳ କାଗଜ କଲମରେ ଉନ୍ନୟନ କାର୍ୟ୍ୟ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ପୈାରବାସୀ ଅଭିଯୋଗ କରିଥିବା ବେଳେ ନିମାପଡା ଏନଏଏସି ଜନସାଧାରଣଙ୍କ ସାଧାରଣ ମୈାଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଅଭିଯୋଗ ଅ।ଣିଛନ୍ତି ପୈାରବାସୀ । ଅପରପକ୍ଷରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସଫେଇ ଦେଇଛନ୍ତି ନିମାପଡା ଏନଏଏସି ନିର୍ବାହୀ ଅଧିକାରୀ ।