ଭୁବନେଶ୍ୱର: ମଦପି ଗାଡି ଚଳାଉଥିବା ବେଳେ ଧରା ପଡିଲେ ଯିବାକୁ ପଡିବ ଜେଲ । ରାଜ୍ୟରେ ବଢୁଥିବା ସଡକଦୁର୍ଘଟଣା ଓ ତା ସାଙ୍ଗକୁ ସଡକ ଦୁର୍ଘଟଣା ଯନିତ ମୃତ୍ୟୁ ହାର ଦିନକୁ ଦିନ ବଢିବାରେ ଲାଗିଛି ଏହାକୁ ରୋକିବା ପାଇଁ ଯାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା । ସାରା ରାଜ୍ୟରେ ଆଜି ଠାରୁ ୩ଦିନ ଧରି ଚାଲିବ କଡାକଡି ଚେକିଂ । ଏନେଇ ସୂଚନା ଦେଇଛନ୍ତି ପରିବହନ ବିଭାଗର ଏନ୍ଫୋର୍ସଣ୍ଟ ଅତିରିକ୍ତ କମିଶନର । ଟ୍ରାଫିକ ନିୟମ ଉଲଂଘକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର । ନିୟମ ଉଲଙ୍ଘନ କଲେ ଦେବାକୁ ପଡିବ ମୋଟାଅଙ୍କର ଜରିମାନା ସହ ଭୋଗିବାକୁ ପଡିବ ଜେଲ ଦଣ୍ଡ । ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ଏହି ହାର ଶତକଡା ୭.୬୦% ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ମସିହାରେ ରାଜ୍ୟରେ ମୋଟ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣା ଘଟି ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି । ପରିବହନ ବିଭାଗର ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ଅନୁସାରେ ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ୟ୍ୟନ୍ତ ଚେକିଂ କଡ଼ାକଡ଼ି ହେବ। ଧରାପଡ଼ିଲେ କେବଳ ଜରିମାନା ନୁହେଁ ଜେଲେ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ ।