ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଲାଗିଛି ବଡ ସଫଳତା । ରାଜସ୍ଥାନରୁ ଗିରଫ ହେଲା ବ୍ରାଉନସୁଗାର ମାଫିଆ ଅଜବହର । ଗିରଫ ପରେ ଯୋଧପୁରରୁ ଓଡିଶାକୁ ଆସୁଛି ମାଫିଆ ଅଜବହର ।
ବ୍ରାଉନସୁଗାର ବେପାରୀଙ୍କୁ ସାବାଡ କରିବା ପାଇଁ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି ଏସଟିଏଫ । ପଶ୍ଚିମବଙ୍ଗରୁ ଶେଖ ଇସମାଇଲକୁ ଧରିବା ପରେ ବିଫଳ ହେବା ପରେ ଓଡିଶା କ୍ରାଇମବ୍ରାଞ୍ଚ ଏସଟିଏଫକୁ ମିଳିଛି ଆଉ ଏକ ବଡ଼ ସଫଳତା । ଇସମାଇଲ ପରେ ଯୋଧପୁରରୁ ଗିରଫ ହୋଇଛି ଆନ୍ତଃରାଜ୍ୟ ଡ୍ରଗ୍ସ ପେଡଲର ଶେକ ଅଜବହର । ୨୦୧୯ରୁ ଫେରାର ଥିବା ଅଜବହର ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ । କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର । ୨୦୧୯ ଶେଖ ରାଜକୁ ଗିରଫ କରିବା ବେଳେ ଏସଟିଏଫ ଅଧିକାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଅଜବହର ।