ନବରଙ୍ଗପୁର : ଦୁଲୁକୁଛି ମଣ୍ଡେଇ ମଞ୍ଚ,ଜମୁଛି ଭିଡ଼। ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢୀ ଯୋଗ ଦେଇଥିଲେ। ନବରଙ୍ଗପୁର ମାଟି ସଂଗ୍ରାମୀ ଗୋଟିଏ ମାଟି, ଏହି ମାଟି ମହାନ, ଏହି କର୍ମଭୂମିକୁ ସଲାମ । ଛୋଟରୁ ଆରମ୍ଭ ହୋଇ ଆଜି ଲୋକ ମୋହତ୍ସଵ ଭାବେ ପରିଚିୟ ସୃଷ୍ଟି କରିପାରିଛି । ଜିଲା ସ୍ତରୀୟ ରୁ ରାଜ୍ୟ ସ୍ତରରେ ମଣ୍ଡେଇ ମାନ୍ୟତା ପାଇଛି । ପର୍ୟ୍ୟଟନ, ସଂସ୍କୃତି, କୃଷି ଓ ବିକାଶର ବାର୍ତ୍ତା ଦେଉଛି ମଣ୍ଡେଇ । ନବରଙ୍ଗପୁର ମକା ଚାଷ ପାଇଁ ସାରା ଭାରତରେ ନାଁ କରିଛି । ଏ ଜିଲ୍ଲାର ଲାଖ ଶିଳ୍ପ ରାଜ୍ୟ ଓ ଭାରତରେ ପରିଚୟ ସୃଷ୍ଟି କରିଛି । ଏମାଟିକୁ ମୁ ବହୁତ ଭଲ ପାଏ । ଆସନ୍ତା ଜନ୍ମରେ ଜଣେ ଆଦିବାସୀ ଘରେ ଭଗବାନ ମତେ ଜନ୍ମ ଦିଅନ୍ତୁ ବୋଲି ସଚିବ ଡଃ ଅରବିନ୍ଦ ପାଢ଼ୀ କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରମୁଖ ଶାସନ ସଚିବ ସମବାୟ ବିଭାଗ ସଞ୍ଜୀବ କୁମାର ଚଢ଼ା,ସ୍ୱଧା ଦେବ ସିଂ ରାୟଗଡା ଜିଲ୍ଲାପାଳ,ଅଦ୍ଦଲ ମ.ଅକତାର କୋରାପୁଟ ଜିଲାପାଳ,ବିଶାଳ ସିଂ ମାଲକାନଗିରି ଜିଲ୍ଲାପାଳ,ପି ଅନ୍ୱେଶା ରେଡ଼ି କଳାହାଣ୍ଡି ଜିଲ୍ଲାପାଳ,ଏସ୍ ସୁଶ୍ରୀ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଯୋଗ ଦେଇଥିଲେ । ଦ୍ଵିତୀୟ ସନ୍ଧ୍ୟାରେ ଓଡିଶୀ, କୋଲକାତାର ଝୁମର,ମହାରାଷ୍ଟ୍ରର କୋଲି, ଆସାମର ଭରତାଜ, ଗଞ୍ଜାମର ପଶୁମୁଖା, ଗଜପତିର ଗଜମୁହାଁ, ମୟୂରୀ, କଳାହାଣ୍ଡିର ବାଜାସାଇ ଓ ସ୍ଥାନୀୟ ଲୋକନୃତ୍ୟ ଆଦି ଆକର୍ଷଣୀୟ ରହିଥିଲା । ବିଳମ୍ବିତ ରାତି ପର୍ୟ୍ୟନ୍ତ ଦର୍ଶକ ମାନେ ମଜା ନେଇଥିଲେ।