ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ

ରାଇରଙ୍ଗପୁର ସତ୍ୟନାରାୟଣ ପାଲ ; ରାଇରଙ୍ଗପୁର ପ୍ରଷିଦ୍ଧ ରଥାଯାତ୍ରା  ଅବସରରେ ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟର ୧୯୯୮ ମସିହା ମେଟ୍ରିକ୍ ଵ୍ଯାଚର ଛାତ୍ରମାନଙ୍କ ଦ୍ବାରା ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ସେଵାକାମ କରାଯାଇଛି ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ରେ  ଦିତୀୟ ବୃହତ୍ତମ ରଥଯାତ୍ରାର ଆଜି ପ୍ରଥମ ଦିନ ।ଏହି ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ସୁଦୂର ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ,ରାଉରକେଲା ଟାଟାନଗରରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସନ୍ତି ।ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡୀ ବିଜେ,ରଥାରୁଢ଼ ଏବଂ ରଥଯାତ୍ରା ଦେଖିବାକୁ ଦିନ ତମାମ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା ।ଅପରପକ୍ଷରେ ସାରା ରାଇଜରେ ହଇଜା ଓ ଝାଡାବାନ୍ତି ଦିନକୁ ଦିନ ଲମ୍ଫ ମାଡ଼ି ଚାଲିଛି ।ପ୍ରଶାସନ ତରଫରୁ ଵାସିଖାଦ୍ଯ ,ଅପରିଷ୍କାର ଖାଦ୍ୟ,ଥଣ୍ଡା ଖାଦ୍ୟ ଖାଇବା ଟାଙ୍କି ପାଣିରେ ରୋକ ଲଗାଯାଇଛି ।ତେଣୁ ଶ୍ରଦ୍ଧାଳୁଙ୍କ ତୃଷାର୍ତ୍ତ ଏବଂ ଉଦର ଭୋକକୁ ଲକ୍ଷ୍ୟ କରି  ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟର ୧୯୯୮ ମସିହା ମେଟ୍ରିକ୍ ଵ୍ଯାଚର ଛାତ୍ରମାନେ ଏକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ଯଦି କେହି ଯେମିତି ରାଇରଙ୍ଗପୁର ସହରକୁ ଆସି ଭୋକିଲା ନ ଫେରନ୍ତି ।ସେଥିପାଇଁ ସେମାନେ ରାଇରଙ୍ଗପୁର ଗୋଲେଇ ଛକରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନର ଏକ ଛୋଟିଆ ନିଆରା ପ୍ରୟାସ କରିଥିଲେ ।ସକାଳ ୧୦ ଠାରୁ ଅପରାହ୍ନ‌ ପର୍ଯ୍ଯନ୍ତ ସୁସ୍ବାଦୁ ଅନ୍ନପ୍ରସାଦ ବଣ୍ଟନ କରାଯିବା ସହ ପାଣି ବୋତଲ ବଣ୍ଟନ କରାଯାଇଥିଲା ।ଆଗକୁ ଏହି ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ,ରକ୍ତ ଦାନ,ସ୍ବାସ୍ଥ୍ୟ ପରୀକ୍ଷା,ଅସହାୟ ଙ୍କୁ କମ୍ବଳ,ଛତା ବଣ୍ଟନ ,ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଭଳି ସାମାଜିକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି ।ଏହି ସାମାଜିକ କଲ୍ୟାଣ କାର୍ଯ୍ଯକ୍ରମକୁ ୧୯୯୮ ମସିହାର ଵ୍ଯାଚର ଵଂଧୁମାନେ ସୁଦୂର ଦିଲ୍ଲୀ,ବାଙ୍ଗାଲୋର,ହାଇଦ୍ରାବାଦ,ଅହମ୍ମଦାବାଦ,କୋଲକତା ମୁମ୍ବାଇ,ଚେନ୍ନାଇ,ରାୟପୁର,ଜାମସେଦପୁର,କଟକ,ଭୁବନେଶ୍ଵର,ସମ୍ବଲପୁର ବିଭିନ୍ନ ପ୍ରାନ୍ତରୁ ନିଜ କାର୍ଯ୍ୟ ଛାଡି ନିଜର ପିଲାଦିନର ସାଙ୍ଗମାନଙ୍କ ସହ ଵଂଧୁମିଳନ ଏବଂ ସାମାଜିକ କାର୍ଯ୍ୟକ୍ରମରେ ନିଜ ସକ୍ଷମ ଅନୁସାରେ ସହାୟତା ରାଶି ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ  ।ଦିର୍ଘବର୍ଷ ପରେ କୁଣ୍ଢାକୁଣ୍ଢି ହୋଇ ପରସ୍ପରକୁ ଆଲିଙ୍ଗନ କରିବା ସହ ଖୁସି ବ୍ୟକ୍ତ କରିଥିଲେ ।୧୯୯୮ ମସିହ ମେଟ୍ରିକ୍ ଵ୍ଯାଚର ଯୁବ ସମାଜସେଵୀ ବଣ୍ଟି ଅଗ୍ରଓ୍ବାଲ,ପ୍ରଶାସନିକ ଅଧିକାରୀ ମାନସ ପାତ୍ର ଦିନେଶ,ଜୀତେନ୍ଦ୍ର,ଜୟଦେବ,ବିକାଶ,ଅରୁଣ,ବିଜୟ,ସଞ୍ଜିତ,ସୁଜିତ,ପବନ,ଅଭିଷେକ,ନଟବର,ବାପୁନ୍,ରଜତ,ଆଲୋକ,ପୁନିତ,ସନ୍ଦୀପ,ତପନ,ଅରବିନ୍ଦ,ଅନୁପ,ଭିକି,ସୋମୁ,ଜ୍ୟୋତି,ବିବେକ,ମଳୟ,କମଲ,କୁଞ୍ଜ,ପ୍ରଦୀପ,ରିଙ୍କୁ ସମେତ ଅନ୍ୟମାନେ ସାମିଲ ହୋଇ ସମାଜ ସେବା କରି ନିଜକୁ ଧନ୍ୟ ମଣିଥିଲେ ।ଆଗକୁ ସମାଜର କଲ୍ୟାଣ ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଭାବ ବିହ୍ୱଳ ହୋଇ ପ୍ରକାଶ କରିଛନ୍ତି I