ଭୁବନେଶ୍ଵର: ଆଜିକାଲି ଥାଇରଏଡ ଗୋଟିଏ ଗମ୍ଭୀର ସମସ୍ୟା ପାଲଟିଗଲାଣି । ଏହା ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ପାଖରେ ଦେଖା ଦେଉଥିବା କାରଣରୁ ବିଭିନ୍ନ ସମସ୍ୟା ଉପୁଜିଛି । ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ ଥାଇରଏଡର ସମ୍ମୁଖୀନ ହୋଇଥାନ୍ତି । ଏହା ଗୋଟିଏ ବଂଶନୁଗତିକ ରୋଗ ଯାହା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଯାଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ସନ୍ତୁଳିତ ଆହାର, ବ୍ୟାୟାମ, ଚିନ୍ତା ମୁକ୍ତ ରହି ଥାଇରଏଡକୁ ନିୟନ୍ତ୍ରିତ କରାଯାଇ ପାରିବ । ଯଦି ଆପଣ ଗୋଟିଏ ଥାଇରଏଡ ରୋଗୀ ତେବେ ନିମ୍ନଲିଖିତ ଖାଦ୍ୟକୁ ଗ୍ରହଣ କରନ୍ତୁ ।
ଯଦି ଆପଣ ଜଣେ ଥାଇରଏଡ ରୋଗୀ ଅଟନ୍ତି ତେବେ ପ୍ରତ୍ୟେକ ଦିନ କଞ୍ଚା କଦଳୀ ସେବନ କରନ୍ତୁ । ଏଥିରେ ଆୟୋଡ଼ିନ ରହିଥିବାରୁ ଥାଇରଏଡ ପାଇଁ ହିତକର ହୋଇଥାଏ । କଞ୍ଚା କଦଳୀ ବ୍ୟତୀତ ପଣସ କଠାରେ ମଧ୍ୟ ଅୟୋଡ଼ିନର ମାତ୍ରା ରହିଛି , ଆପଣ ଚାହିଁଲେ ପଣସ କଠା ସେବନ କରି ପାରିବେ । ଚଣା ସମସ୍ତ ଭାରତୀୟଙ୍କର ପ୍ରିୟ ଖାଦ୍ୟ ଅଟେ । ଏଥିରେ ପ୍ରୋଟିନ, ଆଇରନ ଓ ଜୀଙ୍କ୍ ରହିଛି ଯାହା ଥାଇରଏଡ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଚର୍ବି ଯୁକ୍ତ ମାଛରେ ଉଚ୍ଚ ମାତ୍ରାରେ ଓମେଗା ଥ୍ରୀ ଫ୍ୟାଟି ଏସିଡ ରହିଛି । ତାସହିତ ଏଥିରେ ଆୟୋଡ଼ିନ, ଆଣ୍ଟିଇନ୍ଫ୍ଲାମେଟରୀ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥିଏ । ଯାହା ଥାଇରଏଡ ପାଇଁ ହିତକର । ଥାଇରଏଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ କେଶର ସେବନ କରିବ ଆବଶ୍ୟକ । ଏଥିରେ ଆମିନୋ ଏସିଡ ରହିଥାଏ । ତେଣୁ ବିଶେଷଜ୍ଞ ମାନଙ୍କ ମତରେ ଥାଇରଏଡ ରୋଗୀ ମାନେ ସକାଳୁ କେଶର ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ଥାଇରଏଡ ନିୟନ୍ତ୍ରିତ ହୁଏ ।