ନବରଙ୍ଗପୁର: ପ୍ରତିମାସ ପାଞ୍ଚ ତାରିଖରେ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁର୍ନଉଥାନ କେନ୍ଦ୍ର ନବରଙ୍ଗପୁର ଠାରେ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଆୟୋଜନ କରାଯାଇଥାଏ। ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ତିନୋଟି କୂତ୍ରିମ ଅଙ୍ଗ ପ୍ରତିରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ମିଶ୍ର ଦିବ୍ୟାଙ୍ଗ ଙ୍କ ନିମନ୍ତେ ପାଞ୍ଚଟି ତିନି ଚକିଆ ସାଇକେଲ,ଦିବ୍ୟାଙ୍ଗ ଙ୍କ ନିମନ୍ତେ ଗୋଟିଏ ଚକ ଲଗା ଚୌକି , ଅଠର ଟି ଶ୍ରବଣ ଜନ୍ତ୍ର, ଷାଠିଏ ଟି ସ୍ଵଚ୍ଛତା କିଟ୍ ଏବଂ ପଇଁଚାଳିସି ଦିବ୍ୟାଙ୍ଗ ଙ୍କୁ ଚିହ୍ନଟ କରି ପ୍ରମାଣପତ୍ର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦୁଇଟି ବାମନ ବ୍ୟକ୍ତି ଙ୍କୁ ଚିହ୍ନଟ କରି ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କାଳିପ୍ରସାଦ ବେହେରା, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଉପ ଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଜୋଛନା ରାଣୀ ପାତ୍ର, ଅସ୍ଥିସଲ୍ୟ ଚିକିତ୍ସକ ଡଃ ଅଶୋକ କୁମାର ମହାପାତ୍ର, ଚକ୍ଷୁ ବିଶେଷଜ୍ଞ ଡାକ୍ତର ହରେ କୃଷ୍ଣ, ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ, ନବଘନ ସେଠି, ବିଭୁଦତ୍ତ ସେଠି, ଶିବ ପ୍ରସାଦ ସାହୁ, ଘନଶ୍ୟାମ ବେହେରା, ମିଥୁନ ତ୍ରିପାଠୀ, ତପନ ବେହେରା, ମହେନ୍ଦ୍ର ବିଶୋଇ, ବରିଷ୍ଠ ନାଗରିକ ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ,ନୀଳିମା ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ନବରଙ୍ଗପୁରରୁ ଟୁକୁନା ଖୁରା , ମନୋଜ ଦାଶଙ୍କ ରିପୋର୍ଟ ।