କୋରାପୁଟ-: କୋରାପୁଟ ପ୍ରଶାସନ ପକ୍ଷରୁ ଶାବର ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଡ଼ମ୍ବର ସହିତ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆୟୋଜନ ହେଉ ଥିବା ବେଳେ ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କୋରାପୁଟ ସହର ଓ ଏହାର ଆଖପାଖର ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଲଗାଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିଛନ୍ତି । ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ, କର୍ମଚାରୀ ଓ ବିଜେପି କର୍ମୀମାନେ ଶାବର ଶ୍ରୀକ୍ଷେତ୍ରରେ ଯୋଗ ଦେଇଥିଲେ ।