ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଆଗାମୀ ପିପିଲି ଉପ ନିର୍ବାଚନକୁ ଆଖି ଆଗରେ ରଖି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଡିଜି ପୁଲିସ, ଆଇଜି ପୁଲିସ, ସେଣ୍ଟ୍ରାଲ ରେଞ୍ଜ, ନୋଡାଲ ଅଫିସରଙ୍କ ସହିତ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଇନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ଆଚରଣ ବିଧି ସହିତ କୋଭିଡ ଗାଇଡ ଲାଇନ କଡାକଢି ଭାବେ ପାଳନ କରିବା ସହିତ ନିର୍ବାଚନ ସମୟରେ ବେଆଇନ ମାରଣାସ୍ତ୍ର, ବେଆଇନ ମଦକୁ ଜବତ କରିବା ଉପରେ କାର୍ଯ୍ୟନୁଷ୍ଠାନ କରିବା ଲାଗି ଏହି ଭିଡିଓ କନଫେରେନ୍ସ ମାଧ୍ୟମରେ ଆଲୋଚନା ହୋଇଥିଲା ।