ଭୁବନେଶ୍ୱର:- ସୁଭଦ୍ରା ପୋର୍ଟାଲ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ସର୍ଭେ କରାଯିବ । ୨୧ ବର୍ଷ ହୋଇଥିବା ଯୁବତୀ ବା ମହିଳା ମାନେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ । ଅଗଷ୍ଟ ୯ତାରିଖ ଦିନ ତୃତୀୟ କିସ୍ତି ମିଳିବା ପରେ ପୋର୍ଟାଲ ଖୋଲିବ ।
ଚଳିତ ବର୍ଷ ଅଗଷ୍ଟ ୯ରେ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ହିତାଧିକାରୀଙ୍କୁ ମଧ୍ୟ ୩ୟ କିସ୍ତି ଟଙ୍କା ମିଳିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଯେଉଁମାନେ ଗାଡି କିଣିଛନ୍ତି, ଆୟକର ରିର୍ଟନ ଦେଇଛନ୍ତି, ଜମି କିଣିଛନ୍ତି, ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ଆଉ ଥରେ ସର୍ଭେ ହେବ । ସେହିପରି ଯେଉଁ ହିତାଧିକାରୀଙ୍କୁ ୬୦ ବର୍ଷ ପୂରିଛି, ସେମାନଙ୍କୁ ଭତ୍ତା ଦେବା ପାଇଁ ଏସଏସଇପିଡିକୁ ପଠାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଅଗଷ୍ଟ ୯ ତାରିଖରେ ସୁଭଦ୍ରା କିସ୍ତି ମିଳିବ । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ । କୋଟିଆରେ ମଧ୍ୟ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ କରାଯିବ । ଅଗଷ୍ଟ ୯ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଦାନ ଯିବାସହିତ ସୁଭଦ୍ରା କିସ୍ତି ପ୍ରଦାନ କରିବେ ।