ଦିଲ୍ଲୀରେ ଶୁଭିବ ନାହିଁ ହରିଜନ ଶବ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ବଡ଼ ନିଷ୍ପତ୍ତି । ଏଣିକି ଦିଲ୍ଲୀରେ ବ୍ୟବହାର ହେବ ନାହିଁ ହରିଜନ ଶବ୍ଦ । ଦଳିତଙ୍କୁ ଖୁସି କରାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେଜିରୱାଲ । ହରିଜନ ବଦଳେ ବ୍ୟବହାର ହେବ ‘ଡ. ଆମ୍ବେଦକର’ଙ୍କ ନାଁ । ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିସହ ହରିଜନଙ୍କ ବସ୍ତିକୁ ବି ଡକ୍ଟର ଆମ୍ବେଦକର ବସ୍ତି ବୋଲି କୁହାଯିବ ।

ପୂର୍ବରୁ ଦିଲ୍ଲୀ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ଡକ୍ଟର ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ଲଗାଇବାକୁ ଆପ୍ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀର ଆନୁମାନିକ ହରିଜନ ପ୍ରାୟ ୧୬.୭୫ ପ୍ରତିଶତ । ଆଉ ଏହାକୁ ନଜରରେ ରଖି ଆଗାମୀ ପୌର ନିର୍ବାଚନ ପାଇଁ କେଜ୍ରିୱାଲ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କ ରଣନୀତିର ଏକ ଅଂଶ, ଯେଉଁଥିରେ ଅରବିନ୍ଦ କେଜ୍ରିୱାଲ ଦଳିତ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିବା ପରେ ଆମ୍ ଆଦମୀ ପାର୍ଟି ଏବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି।