ନୂଆଦିଲ୍ଲୀ: ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କଷ୍ଟଡିରେ ଅରବିନ୍ଦ କେଜ୍ରିୱାଲଙ୍କ ଦେହ ଖରାପ ହୋଇଥିବା କୁହାଯାଉଛି । ତାଙ୍କ ସୁଗାର ଲେବଲ ୪୬କୁ ହ୍ରାସ ପାଇଥିବା ସୂଚନା ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ ସୁଗାର ଲେବଲ ଏତେ ପରିମାଣରେ ହ୍ରାସ ପାଇବା ସ୍ୱାସ୍ଥ ପତ୍ରି ବିପଦ ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ ମଙ୍ଗଳବାର ସଂଧ୍ୟାରେ ଜେଲରେ ସେ ନିଜ ପତ୍ନୀଙ୍କୁ ଭେଟିଛନ୍ତୀ । ତାଙ୍କର ଡାଇବେଟଇସ ଅଛି, ସୁଗାର ଲେବଲ ଠିକ ନାହିଁ କିନ୍ତୁ ସ୍ଥିର ରହିଛି । ତାଙ୍କ ସ୍ୱସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।
ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଅବକାରୀ ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗତ ସପ୍ତାହରେ ତାଙ୍କୁ ଗିରଫ କରିଥିଲା । ସେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଗତରେ ରହିବେ ବୋଲି ସୂଚନା ରହିଛି । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କୋର୍ଟରେ ଅପିଲ କରିଛନ୍ତି ।