(ଜୟନ୍ତ କୁମାର ସେଠୀ / ପୁରୀ): କୋଣାର୍କ ଉତ୍ସବ ୨୦୨୦ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟ ପହଞ୍ଚିଛି । କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଉଥିବା ବେଳେ ବାଲୁକା ଶିଳ୍ପୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ସେପଟେ ଗତବର୍ଷ ତୁଳନାରେ ଚଳିତ ବର୍ଷ ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଦେଖିବା ପାଇଁ ପର୍ୟ୍ୟଟକଙ୍କ କିପରି ସାମାଜିକ ଦୂରତା ରକ୍ଷା କରିବେ ତାହା ଉପରେ ନଜର ରଖିଛି ପ୍ରଶାସନ ।
ଆସନ୍ତା ଡିସେମ୍ଵର ୧ ତରିଖ ଠାରୁ ୫ ତାରିଖ ପର୍ୟ୍ୟନ୍ତ କୋଣାର୍କ ଉତ୍ସବ ୨୦୨୦ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ସଂଧ୍ୟା ସମୟରେ ରଙ୍ଗିନ ଅ।ଲୋକରେ ଝଲସିଲାଣି କୋଣାର୍କ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବକୁ ମଧ୍ୟ ଆକର୍ଷଣ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି । ୫ ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗ ମଂଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ ଚନ୍ଦ୍ରଭାଗା ପିଠରେ ୫ ଦିନ ମଧ୍ୟରେ ଏହି ବାଲୁକା କଳାକାର ମାଧ୍ୟମରେ ନିଖୁଣ କଳା ଦ୍ଵାରା ବାଲି ମାଧ୍ୟମରେ ପ୍ରକୃତି ପର୍ୟ୍ୟଟନ, ସଂସ୍କୃତି ଓ ପର୍ଵ ପର୍ବାଣୀ, ମହିଳା ସଶକ୍ତିକରଣ, ପ୍ଲାଷ୍ଟିକକୁ ନା ଓ ଐତିହର ବାର୍ତ୍ତା ଦେବେ ଏହି ବାଲୁକା କଳା ମାଧ୍ୟମରେ ।
ସେପଟେ କରୋନା କଟକଣାରେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରୁଟ ମ୍ୟାପ କରାଯାଇଥିବା ବେଳେ ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କୋଣାର୍କ ଏନସି କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।