ଭୁବନେଶ୍ୱର:ଭଞ୍ଜକଳା ମଣ୍ଡପରେ ଚାଲିଥିବା ଶ୍ରୀ ଜୟଦେବ ରାଷ୍ଟୀୟ ସମାରୋହ କାର୍ୟ୍ୟକ୍ରମରେ ଘଟିଛି ଏଭଳି ଦୁଃଖଦ ଘଟଣା। ମାଲେସିଆ ରୁ ଆସିଥିବା ଗୁରୁ ଗଣେଶନ ଙ୍କର ମୃତ୍ୟୁ ହୋଇଛି। ଏହି କାର୍ୟ୍ୟକ୍ରମରେ ରାଜ୍ୟ ସମେତ ବିଭିନ୍ନ ଦେଶର ଲୋକେ ସାମିଲ ହୋଇଥିଲେ । ବୟସ ୬୦ ରୁ ଉର୍ଧ୍ଵ ହେବ । ଗୀତଗୋବିନ୍ଦ ଛନ୍ଦରେ ନାଚୁଥିବା ବେଳେ ଚାଲିଯାଇଛି ଜୀବନ। ନାଚିବା ପରେ ଯେତେବେଳେ ପ୍ରଦୀପ ପ୍ରଜ୍ବଳନ କରୁଥିଲେ ସେତେବେଳେହି ବେହୋସ ହୋଇପଡ଼ିଯାଇଥିଲେ । ହସ୍ପିଟାଲ ନେଲା ପରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ଆଜି ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ରହିଛି। ଆଜି ସେ ମାଲେସିଆ ଫେରିଯିବାର କାର୍ୟ୍ୟକ୍ରମ ରହିଥିଲା ବୋଲି ଆୟୋଜକ ଜଗବନ୍ଧୁ ଜେନା ସୂଚନା ଦେଇଛନ୍ତି।