ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ଭୁବନେଶ୍ଵର: ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପକ୍ରିୟା । ବଡ଼ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି । ଆଗାମୀ ୫ରୁ ୬ ଘଣ୍ଟା ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୯୦-୧୦୦କିମି ଠାରୁ ନେଇ ୧୩୦କିମି ପର୍ଯ୍ୟନ୍ତ ରହିପାରେ ।

ସମ୍ଭାବ୍ୟ ବାତ୍ୟା ଉପକୂଳ ଆଡକୁ ଯିବାବେଳକୁ ଏହାର ଗତି କମିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ ଓଡିଶାର ଅନେକ ରାଜ୍ୟରେ ଭାରି ବର୍ଷା ଲାଗି ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି ।

ଓଡ଼ିଶାରେ ପହଞ୍ଚିଲା ବେଳେ ବାତ୍ୟା ଦୁର୍ବଳ ହୋଇଯାଇଥିବ ବୋଲି କହିଛନ୍ତି ଆଇଏମଡି ଡିଜି । ବାତ୍ୟା ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ । ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିପାରେ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ।