ଓଡିଶା : ଓଡିଶା ପାଇଁ କୋଭିଡ ଆଉ ବିପଦ ନାହିଁ । କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୟନ୍ତ ପଣ୍ଡାଙ୍କ ସୂଚନା । କରୋନା ପାଇଁ ପ୍ରଫେସର ଜୟନ ପଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଓଡିଶାରେ ଟଳିଲା କୋଭିଡ ବିପଦ । ତଥାପି ଦୈନିକ ଦେଶରେ ୨ଲକ୍ଷ ଓ ରାଜ୍ୟରେ ୭ହଜାର ଟେଷ୍ଠ ହେଉଛି । ସେଥିରୁ ବହୁତ କମ ଲୋକଙ୍କ ଟେଷ୍ଟ ପଜିଟିଭ ଆସୁଛି । ବୁଷ୍ଟର ଡୋଜ ନେଇନଥିବା ବ୍ୟକ୍ତି ଟୀକା ନେଇଯିବା ଆବଶ୍ୟକ । ବିପଦ ଟଳିଥିଲେ ମଧ୍ୟ ସଚେତନ ରହିବା, ମାକ୍ସ ପିନ୍ଧିବା, କୋଭିଡର ସମସ୍ତ ନିୟମକୁ ମାନିବା ବୋଲି ବିଶେଷଜ୍ଞ ମତ୍ତ ପ୍ରକାଶ କରିଛନ୍ତି । । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏତିକି କୁହାଯାଇପାରିବ କୋଭିଡକୁ ନେଇ ଆଉ ସଙ୍କା ରହିବ ନାହିଁ । ତେବେ ବିପଦ ନଥିଲେ ମଧ୍ୟ କେଭିଡ ନିୟମ ମାନିବାକୁ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।