ବିଧାନସଭାରେ କୋରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଅରମ୍ଭ ହେଲା କୋରୋନା ଟେଷ୍ଟ । ବିଧାନସଭା ପରିସରରେ ସଦସ୍ୟଙ୍କ ସହିତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନଙ୍କର ଆରଟିପିସିଆର ଏବଂ ଆଣ୍ଟିବଡି ଟେଷ୍ଟ କରାଯାଉଛି । ଏହା ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭାର ସଦସ୍ୟଙ୍କ ଆଣ୍ଟିବଡ଼ି ପରୀକ୍ଷା କରାଯିବା ସହ ଆଜି ବିଧାନସଭାରେ କୋଭିଡ଼ ନମୁନା ସଂଗ୍ରହ  ଶିବିର ଅନୁଷ୍ଠିତ ହୋଇଛି । ବିଧାନସଭାର ସଦସ୍ୟମାନଙ୍କ ଟେଷ୍ଟ କରିବା ପାଇଁ ବିଧାନସଭାର ଦୁଇଟି ପୃଥକ ସ୍ଥାନରେ ୨ଟି କ୍ୟାମ୍ପ କରାଯାଇଛି । ଆସନ୍ତା ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ  ଅଧିବେଶନ ଆରମ୍ଭ ହେବ।